ନାରୀ ଜାଗରଣ କେନ୍ଦ୍ରରେ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ | News Room Odisha

ନାରୀ ଜାଗରଣ କେନ୍ଦ୍ରରେ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ

ସମ୍ବଲପୁର : ଆଜି ସମ୍ୱଲପୁର ସ୍ଥିତ ନାରୀ ଜାଗରଣ କେନ୍ଦ୍ରରେ ଜୟପ୍ରକାଶ ନାରାୟଣ ଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଯାଇଅଛି l ଏଥିରେ ପୂର୍ବତନ ଏସଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି ସଭାପତିତ୍ବ କରି ଜୟପ୍ରକାଶ ନାରାୟଣଙ୍କ ପ୍ରବର୍ତ୍ତିତ ସମ୍ପୂର୍ଣ୍ଣ ବିପ୍ଳବ ର ବର୍ତ୍ତମାନ ସମୟରେ ତାର ପ୍ରାସଙ୍ଗିକତା ଉପରେ ଅଭିମତ ରଖିଥିଲେ l ପ୍ରଥମେ ଜୟନ୍ତୀ ସମାରୋହ ର ଆୟୋଜିକା ତଥା ପୂର୍ବତନ ସାଂସଦ ପ୍ରମିଳା ବହିଦାର ୧୯୪୨ ମସିହାର ଭାରତ ଛାଡ ଆନ୍ଦୋଳନ ଓ ପରିଶେଷରେ ଏକଛତ୍ରବାଦ ବିରୋଧରେ ତାଙ୍କର ସଂଗ୍ରାମ ଏବଂ ସମ୍ପୂର୍ଣ୍ଣ ବିପ୍ଳବ ସମ୍ପର୍କ ରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା ଗୁଜରାଟ ର ନବନିର୍ମାଣ ଆନ୍ଦୋଳନ ଏବଂ ବିହାରର ଛlତ୍ର ଯୁବ ଆନ୍ଦୋଳନ ଦେଶରେ ସେତେବେଳର ଏକଛତ୍ରବାଦ ବିରୋଧରେ ପ୍ରେରଣା ସୃଷ୍ଟି କରି ଦେଶରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା ବୋଲି କହିଥିଲେ। ଏଥିରେ ଶ୍ରମିକ ନେତା ଗୋକୁଳ ମେହେର, ଯୁବ ନେତା ସଂଜିତ ମହାନ୍ତି, ଅଶୋକ ସେନାପତି , ପରେଶ୍ ଦାନି, ସିପ୍ରା ମହାନ୍ତି, ପଦ୍ମାଳୟା ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ l ଏଥିରେ ସମାଜବାଦୀ ଦଳର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଙ୍କ ବିୟୋଗରେ ତାଙ୍କର ଆତ୍ମା ସତଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା l ମହିଲା ନେତ୍ରୀ ଉଷା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ l