ଅଡବା ନିକଟରେ ଓଲଟିଲା ଯାତ୍ରୀବାହୀ ବସ, ଯାତ୍ରୀ ସୁରକ୍ଷିତ | News Room Odisha

ଅଡବା ନିକଟରେ ଓଲଟିଲା ଯାତ୍ରୀବାହୀ ବସ, ଯାତ୍ରୀ ସୁରକ୍ଷିତ

ମୋହନା – ଗଜପତି ଜିଲ୍ଲା ଅଡ଼ବା ଥାନା ନଳାଘାଟ ନିକଟରେ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ରାସ୍ତା ତଳକୁ ଖସି ପଡ଼ିଛି । ଏଥିରେ ଥିବା ୩୮ ଯାତ୍ରୀ କିନ୍ତୁ ସୁରକ୍ଷିତ ଅଛନ୍ତି।
ମାଲକାନଗିରି ଜିଲ୍ଲା ମୋଟୁରୁ ଏକ ସରକାରୀ ବସ ଗତରାତିରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା । ରାତି ପ୍ରାୟ ୨ଟାରେ ଗାଡ଼ିଟି ଅଡ଼ବା ଥାନା ନଳାଘାଟ ନିକଟରେ ଯାଉଥିବା ବେଳେ ହଠାତ୍‌ ଆର ପାର୍ଶ୍ୱରୁ ଏକ ଗାଡ଼ି ଦ୍ରୁତ ଗତିରେ ଆସିଥିଲା। ଗାଡ଼ିକୁ ସାଇଡ ଦେବା ବେଳେ ବସ୍‌ଟି ରାସ୍ତାର ଡାହାଣ ପାର୍ଶ୍ୱରେ ତଳକୁ ଖସି ପଡ଼ିଥିଲା । ବସରେ ୩୮ ଜଣ ଯାତ୍ରୀ ଥିଲେ । ତେବେ କେହି ଆହତ ହୋଇନାହାନ୍ତି । ଦୁର୍ଘଟଣାଗ୍ରସ୍ତ ବସର ଯାତ୍ରୀମାନଙ୍କୁ ଅନ୍ୟ ଏକ ସରକାରୀ ବସରେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଛି ।