ବାତ୍ୟା ନେଇ ସୂଚନା ନାହିଁ: ଗୁଜବରୁ ଦୂରେଇ ରହିବା ପାଇଁ ପାଣିପାଗ ବିଭାଗର ପରାମର୍ଶ | News Room Odisha

ବାତ୍ୟା ନେଇ ସୂଚନା ନାହିଁ: ଗୁଜବରୁ ଦୂରେଇ ରହିବା ପାଇଁ ପାଣିପାଗ ବିଭାଗର ପରାମର୍ଶ

ଭୁବନେଶ୍ୱର – ମହାବାତ୍ୟା ଗୁଜବରେ ବିଶ୍ୱାସ ନକରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ବାତ୍ୟା ନେଇ କୌଣସି ସୂଚନା ଜାରି ହୋଇନି । ୭ ଦିନ ପୂର୍ବରୁ ବାତ୍ୟା ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ପାଣିପାଗ ସୂଚନା ଦେବା ପାଇଁ ପାଣିପାଗ ବିଭାଗ ୨୪ଘଣ୍ଟା କାର୍ଯ୍ୟରତ । ତେଣୁ ଗୁଜବଠୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି ବିଭାଗ । ଏହିମାସ ତୃତୀୟ ସପ୍ତାହରେ ଏକ ମହାବାତ୍ୟା ଆସିପାରେ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ପରିପ୍ରେକ୍ଷୀରେ ପାଣିପାଗ ବିଭାଗ ପକ୍ଷରୁ ଏହି ପ୍ରତିକ୍ରିୟା ଦିଆଯାଇଛି।