ଧାମନଗର ଉପନିର୍ବାଚନ ପାଇଁ ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ  | News Room Odisha

ଧାମନଗର ଉପନିର୍ବାଚନ ପାଇଁ ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ 

ଭୁବନେଶ୍ୱର – ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତିହିଡ଼ି ବ୍ଳକ ଅଧ୍ୟକ୍ଷା ଅବନ୍ତୀ ଦାସ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ଏ ନେଇ ସୂଚନା ଦେଇଛନ୍ତି ସାଂସଦ ତଥା ବିଜେଡି ସାଧାରଣ ସଂପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜ । ମିଶନ ଶକ୍ତିରେ ଅବନ୍ତୀଙ୍କର ରହିଛି ବହୁ ଦିନର ଅଭିଜ୍ଞତା । ପୂର୍ବରୁ ବିଜେପି ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ  ସୂରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଆଜି ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଥିଲା।