ଶିକ୍ଷକ ନିଯୁକ୍ତି ଦାବିରେ ଡ଼ିଇଓ ଅଫିସ ସମ୍ମୁଖରେ ଧାରଣା | News Room Odisha

ଶିକ୍ଷକ ନିଯୁକ୍ତି ଦାବିରେ ଡ଼ିଇଓ ଅଫିସ ସମ୍ମୁଖରେ ଧାରଣା

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଶିକ୍ଷକ ସମସ୍ୟା ଲାଗି ରହିଥିବା ବେଳେ ଶିକ୍ଷକ ପଦବୀ ପୂରଣ ଦାବିରେ ଆଜି ତିନୋଟି ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଓ ଅଭିଭାବକମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ତାଙ୍କ ଦାବିକୁ ସମର୍ଥନ ଜଣାଇ ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର ଧାରଣାରେ ବସିଛନ୍ତି ।

ଜିଲ୍ଲାର ହରଭଙ୍ଗା ବ୍ଲକ ବୀରନରସିଂହପୁର ପଞ୍ଚାୟତର କରଡ଼ି ଗ୍ରାମରେ ଥିବା ୟୁଜିଏମଇ ସ୍କୁଲ, ମଥୁରା ପଞ୍ଚାୟତର ମଥୁରା ସ୍କୁଲ୍ ଓ ସମ୍ପୋଚ ପଞ୍ଚାୟତର ଫକୀରପୁର ସ୍କୁଲରେ ଶିକ୍ଷକ ସମସ୍ୟା ଲାଗି ରହିଛି । ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି । ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ୭ ନମ୍ବର ଜିଲ୍ଲା ପରିଷଦର ସଦସ୍ୟ ବିଶ୍ୱଜିତ ମିଶ୍ର ଏନେଇ ଶିକ୍ଷା ବିଭାଗକୁ ପୂର୍ବରୁ ଜଣାଇଥିଲେ। ହେଲେ ଶିକ୍ଷକ ପଦବୀ ପୂରଣ କରାଗଲା ନାହିଁ । ଫଳରେ ଆଜି ତିନି ସ୍କୁଲର ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।