ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

 

ଜୁଗ ସମ ନୃପହି ଗଏ ଦିନ ତୀନୀ ।

କପଟୀ ମୁନି ପଦ ରହ ମତି ଲୀନୀ ॥

ସମୟ ଜାନ ଉପରୋହିତ ଆବା ।

ନୃପହି ମତେ ସବ କହି ସମୁଝାବା ॥

ଭାବାର୍ଥ :- ରାଜାଙ୍କ ପାଇଁ ଏହି ତିନି ଦିନ ଗୋଟିଏ ଯୁଗ ପରି ଲାଗିଲା । ରାଜାଙ୍କ ମନ କିନ୍ତୁ ସେହି କପଟ ମୂନିଙ୍କ ଚରଣ ସେବାରେ ଲାଗିଥାଏ । ଉଚିତ ସଯୟ ଜାଣି ପୁରୋହିତ ବେଶ ଧାରଣ କରିଥିବା ରାକ୍ଷସ ଆସିଲା, ରାଜାଙ୍କ ସହିତ ହୋଇଥିବା ଗୁପ୍ତ କାର୍ଯ୍ୟ ଯୋଜନାର ଗୁପ୍ତ ପରାମର୍ଶ ଅନୁସାରେ ନିଜର ସମସ୍ତ ବିଚାର ବୁଝାଇ କହିଦେଲା ।