ରାତି ୩ ରୁ ୫ ଭିତରେ ନିଦ ଭାଙ୍ଗିଲେ, ଆସନ୍ତୁ ଜାଣିବା ଏହା ଆପଣଙ୍କ ଜୀବନରେ କଣ ଦେଇଥାଏ ସଙ୍କେତ? | News Room Odisha

ରାତି ୩ ରୁ ୫ ଭିତରେ ନିଦ ଭାଙ୍ଗିଲେ, ଆସନ୍ତୁ ଜାଣିବା ଏହା ଆପଣଙ୍କ ଜୀବନରେ କଣ ଦେଇଥାଏ ସଙ୍କେତ?

ଆମ ଦୈନନ୍ଦିନ ଜୀବନରେ ଏମିତି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ ଏବଂ ଘରେ ଶାନ୍ତି ସମୃଦ୍ଧି ହୋଇଥାଏ।ସକାଳୁ ଉଠିବାପରେ ମୁହଁକୁ ଆଇନାରେ ଦେଖିବା ଅନୁଚିତ। କାରଣ ଏହା ଆପଣଙ୍କ ସାରା ଦିନଟି ରେ ନକାରାତ୍ମକ ପ୍ରଭାବ ପକାଇଥାଏ | ସକାଳୁ ଉଠିବା ପରେ ପ୍ରଥମେ ନିଜର ହାତର ପାପୁଲିକୁ ଦେଖିଲେ ଶୁଭ ହୋଇଥାଏ ଓ ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ।

ସକାଳୁ ଉଠିବା ପରେ ଶଙ୍ଖ ଧ୍ୱନି,ଗାୟତ୍ରୀ ମନ୍ତ୍ର କିମ୍ବା ମନ୍ଦିରର ଘଣ୍ଟି ଶବ୍ଦ ଶୁଣିଲେ ଆପଣଙ୍କ ଦିନ ଟି ଶୁଭ ହୋଇଥାଏ।ସକାଳୁ ଉଠିଲା ପରେ ଦାନ୍ତ ଘଷି ଚା କିମ୍ବା କଫି ପିଇବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କ ଉପରେ ରାହୁ କେତୁଙ୍କ ଖରାପ ପ୍ରଭାବ ପଡିଥାଏ ଏବଂ ବିନା କାରଣରେ ଆପଣ ଙ୍କ ଠାରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ।

ନିଜେ ପିନ୍ଧିଥିବା ଘଣ୍ଟାକୁ ଅନ୍ୟକୁ ଦେବା ଉଚିତ ନୁହେଁ କିମ୍ବା ଅନ୍ୟର ଘଣ୍ଟାକୁ ପିନ୍ଧିବା ଉଚିତନୁହେଁ। ଏହା ଅଶୁଭ ହୋଇଥାଏ।ନିଜର ସମ୍ପର୍କୀୟ ବା ବନ୍ଧୁ ବାନ୍ଧବଙ୍କ ସହିତ କେବେବି ଟଙ୍କା ପଇସାର ନେଣ ଦେଣ କରିବା ଉଚିତ ନୁହେଁ , କାରଣ ଏହା ଦ୍ବାରା ସମ୍ପର୍କ ଖରାପ ହୋଇଥାଏ।ଜଦି କାହାକୁ କୌଣସି ଉପହାର ଦେଉଥାନ୍ତି ତେବେ ନିଜ ସକ୍ଷମ ଅନୁସାରେ ଉପହାର ଦେବା ଉଚିତ। ନଚେତ କୌଣସି ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି।ନିଜେ ଲେଖୁଥିବା କଲମ ବା ପେନ କାହାକୁ ଦେବା ଉଚିତ ନୁହେଁ କି ଅନ୍ୟର ପେନ ବ୍ୟବହାର କରିବା ଠିକ ହୋଇ ନଥାଏ।ଏହାଦ୍ଵାରା ଆର୍ଥିକ ସମସ୍ୟା ଉପୂଜିଥାଏ।

ରାତି ୧ ରୁ ୩ ପର୍ଯ୍ୟନ୍ତ କେବେବି ଅନିଦ୍ରା ହେବା ଉଚିତ ନୁହେଁ କି ଉଠିବା ମଧ୍ୟ ଉଚିତ ନୁହେଁ।ଏହା ଦ୍ଵାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।ରାତି ୯ ରୁ ୧୧ଟା ପର୍ଯ୍ୟନ୍ତ ଚେଇଁ ରହୁଥିବା ବ୍ୟକ୍ତି ଚିନ୍ତିତ ଏବଂ ମାନସିକ ଦୁର୍ବଳ ହୋଇଥାନ୍ତି, ଏଣୁ ଶୋଇବା ପୁର୍ବରୁ ଧ୍ୟାନ କରନ୍ତୁ।ଯେଉଁ ବ୍ୟକ୍ତିର ନିଦ ଭୋର ୩ ଟାରୁ ୫ ଟା ଭିତରେ ଭାଙ୍ଗି ଯାଉଚି ତେବେ ଏହାର ଅର୍ଥ କୌଣସି ଦିବ୍ୟ ଶକ୍ତି ଆପଣଙ୍କୁ କିଛି ସଂକେତ ଦେବାକୁ ଚାହୁଁଛି।

ଯେଉଁ ବ୍ୟକ୍ତିଙ୍କର ନିଦ ରାତି ୧୧ ରୁ ୧ ଭିତରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣ ମାନସିକ ଭାବରେ ଦୁର୍ବଳ ଅଛନ୍ତି। ଯେଉଁ ବ୍ୟକ୍ତିର ନିଦ ସକାଳ ୫ ରୁ ୭ ଭିତରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣ ମାନସିକ ଭାବରେ ଦୁର୍ବଳ ଅଛନ୍ତି।ସଂସାରରେ ଅସଲି ୩ଟି ରତ୍ନ ହେଉଛି ଶସ୍ୟ,ପାଣି ଏବଂ ଜ୍ଞାନ । ଏହି ୩ ରତ୍ନକୁ ପ୍ରାପ୍ତ କରିବା ପାଇଁ ପ୍ରତି ବ୍ୟକ୍ତିକୁ ପ୍ରୟାସ କରିବା ଆବଶ୍ୟକ।ନିଜ ଆୟ ଠାରୁ ଅଧିକ ଖର୍ଚ୍ଚ କରୁଥିବା ବ୍ୟକ୍ତି ଏବଂ କଥା କଥାରେ ଝଗଡା କରୁଥିବା ବ୍ୟକ୍ତି କେବେ ସୁଖରେ ରହି ପାରନ୍ତି ନାହିଁ।ପ୍ରତି ଦିନ ଆପଣ ତୁଳସୀ ଗଛ ପୂଜା କରିବା ଉଚିତ। ଏହାଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବା ସହିତ ସମସ୍ତ କୁ ପ୍ରଭାବ ଦୂର ହୋଇଥାଏ।