ଆଜି ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ | News Room Odisha

ଆଜି ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର – କଂଗ୍ରେସ ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ରାଜ୍ୟସଭା ସଦସ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ପିସିସି ସଭ୍ୟମାନଙ୍କୁ ଭେଟିବା ସହିତ ତାଙ୍କୁ ଭୋଟ ଦେବା ଲାଗି ଅନୁରୋଧ କରିବେ। ଅପରାହ୍‌ଣରେ ଏକ ସାମ୍ବାଦିକ ସମ୍ମିଳନୀକୁ ଖଡଗେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସଂଧ୍ୟାରେ ସେ ଦିଲ୍ଲୀ ଫେରିଯିବେ ।
ଜାତୀୟ କଂଗ୍ରେସର ସଭାପତି ପ୍ରାର୍ଥୀଭାବେ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଆସନ୍ତା ୧୭ତାରିଖରେ ନୂଆ ସଭାପତି ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ। ଓଡ଼ିଶାରେ ସମୁଦାୟ ୪୨୮ଜଣ ପିସିସି ସଭ୍ୟ ଏଥିରେ ମତଦାନ କରିବେ। ପୂର୍ବରୁ ଅଧିକାଂଶ କଂଗ୍ରେସ ନେତା ଖଡ଼ଗେଙ୍କ ସପକ୍ଷରେ ନିଜର ମତ ରଖି ସାରିଛନ୍ତି। ଜଣେ ଅଭିଜ୍ଞ ଓ ନିର୍ବିବାଦୀୟ ବ୍ୟକ୍ତି ହୋଇଥିବାରୁ ଓଡ଼ିଶାରୁ ତାଙ୍କୁ ଅଧିକ ଭୋଟ ମିଳିବାର ବୋଲି ଅନୁମାନ କରାଯାଉଛି।