ସ୍କୁଲରେ ମଦ ପିଇଥିବା ଦୁଇ ପ୍ରଧାନ ଶିକ୍ଷକ ନିଲମ୍ବିତ | News Room Odisha

ସ୍କୁଲରେ ମଦ ପିଇଥିବା ଦୁଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ବଲାଙ୍ଗିର – ସ୍କୁଲରେ ମଦ ପିଇବା ଘଟଣାରେ ୨ ଜଣ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ମାଟୁପାଲି ଓ ଡୁମେରପିଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ ଜଣ ପ୍ରଧାନ ଶିକ୍ଷକଙ୍କୁ ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି। ପ୍ରଧାନ ଶିକ୍ଷକ ମଦ୍ୟପାନ କରିବା ଘଟଣାରେ ଅଭିଭାବକମାନେ ତୀବ୍ର ପ୍ରତିବାଦ କରିଥିଲେ।

ଦେଓଗାଁ ବ୍ଳକ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ମାଟୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଜୟଦେବ ବିଶି ଓ ଡୁମେରପିଟା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜିତ ଦୋରା ସ୍କୁଲ ଭିତରେ ମାତାଲ ହୋଇ ପଡିଥିଲେ। ଟେବୁଲ ଉପରେ ଗୋଡ଼ ଉପରେ ଗୋଡ଼ ରଖି ଆସର ଜମାଉଥିବାର ଭିଡିଓ କରି ଗାଁ ଲୋକେ ଭାଇରାଲ କରିଥିଲେ। ଏହାକୁ ନେଇ ଗ୍ରାମବାସୀ ଗୁରୁବାର ଦିନ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଥିଲେ।