କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଓଡ଼ିଶା ଆସି ଭୋଟ ମାଗିଲେ ଖଡଗେ | News Room Odisha

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଓଡ଼ିଶା ଆସି ଭୋଟ ମାଗିଲେ ଖଡଗେ

ଭୁବନେଶ୍ୱର – କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଲଢୁଥିବା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଆଜି ଓଡିଶା ଆସି ନିଜ ସପକ୍ଷରେ ସମର୍ଥନ ଲୋଡିଛନ୍ତି । କଂଗ୍ରେସ ଭବନରେ ବରିଷ୍ଠ ନେତା ଓ ପିସିସି ସଭାପତିଙ୍କୁ ଭେଟି ନିଜ ପାଇଁ ସମର୍ଥନ ମାଗିଛନ୍ତି ଖଡଗେ ।

ସାମ୍ବାଦିକଙ୍କୁ ଖଡ଼ଗେ କହିଛନ୍ତି, ବରିଷ୍ଠ ନେତା ଓ ପିସିସି ସଦସ୍ୟଙ୍କ ସମର୍ଥନ ମାଗିବାକୁ ସେ ଓଡ଼ିଶା ଆସିଛନ୍ତି । ତାଙ୍କର କିଛି ନୂଆ ଇସ୍ତାହାର ନାହିଁ, କଂଗ୍ରେସ ଇସ୍ତାହାର ହିଁ ତାଙ୍କର ଇସ୍ତାହାର ବୋଲି ସେ କହିଛନ୍ତି।

ଓଡ଼ିଶାରେ ପିସିସି ସଦସ୍ୟ ସଂଖ୍ୟା ୪୨୮ । ଏଆଇସିସି ସଭାପତି ପଦ ନିର୍ବାଚନରେ ପାଇଁ ଓଡ଼ିଶାର ୪୨୮ କଂଗ୍ରେସ ନେତା ଭୋଟ ଦେବେ । ତାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ଖଡ଼ଗେ । କଂଗ୍ରେସ ସଭାପତି ନିର୍ବାଚନ ପଦ ପାଇଁ ଖଡଗେ ଓ ଶଶୀ ଥରୁରଙ୍କ ମଧ୍ୟରେ ଲଢେଇ ହେଉଛି। ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ହେବ ।