କର୍ଣ୍ଣାଟକ ରାଜ୍ୟର ଶଲମାଲା ନଦୀବାଲିରେ ଦେଖାଯାନ୍ତି ସହସ୍ର ଶିବଲିଙ୍ଗ | News Room Odisha

କର୍ଣ୍ଣାଟକ ରାଜ୍ୟର ଶଲମାଲା ନଦୀବାଲିରେ ଦେଖାଯାନ୍ତି ସହସ୍ର ଶିବଲିଙ୍ଗ

ପର୍ଯ୍ୟଟନ ମାନଚିତ୍ରରେ କର୍ଣ୍ଣାଟକର ସ୍ଥାନ ସ୍ୱତନ୍ତ୍ର। କର୍ଣ୍ଣାଟକର ଶଲମାଲା ନଦୀ କୂଳରେ ଦେଖାଯାନ୍ତି ସହସ୍ର ଶିବଲିଙ୍ଗ। ଏହାର ଇତିହାସ ମଧ୍ୟ ଅତି ରହସ୍ୟମୟ।

ପୃଥିବୀରେ ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ବୁଝିବା କଷ୍ଟକର। ସବୁଠୁ ଗୁରୁତ୍ୱପର୍ଣ୍ଣ କଥା ହେଉଛି ଭାରତରେ ଏପରି ସ୍ଥାନର ଅଭାବ ନାହିଁ। କର୍ଣ୍ଣାଟକରେ ଏପରି ଏକ ସ୍ଥାନ ଅଛି, ଯାହା ଧର୍ମ ସହିତ ଜଡିତ ଏକ ସ୍ଥାନ।ଏଠାରେ ହଜାର ହଜାର ଶିବଲିଙ୍ଗ ନଦୀ କୂଳରେ ଦେଖାଯାନ୍ତି। ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏହି ସ୍ଥାନ ରହସ୍ୟଠାରୁ କିଛି କମ୍ ନୁହେଁ।

ଏହି ପବିତ୍ର ସ୍ଥାନକୁ ସହସ୍ରଲିଙ୍ଗ କୁହାଯାଏ, ଯାହା କର୍ଣ୍ଣାଟକର ସିରସି ଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ପ୍ରବାହିତ ଶଲମାଲା ନଦୀ କୂଳରେ ଏକ ହଜାରରୁ ଅଧିକ ଶିବଲିଙ୍ଗ ଦେଖାଯାନ୍ତି ଏବଂ ଏହା ସହିତ ପଥରରେ ଖୋଦିତ ପ୍ରତିମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଥାଏ ।

କୁହାଯାଏ ଯେ ନଦୀ କୂଳରେ ଥିବା ଏହି ଶିବଲିଙ୍ଗ ଏବଂ ପ୍ରତିମୂର୍ତ୍ତିକୁ ବିଜୟନଗର ସାମ୍ରାଜ୍ୟର ରାଜା ସଦାଶିବରାୟ ବର୍ମା ୧୬୭୮ରୁ ୧୭୧୮ ମଧ୍ୟରେ ନିର୍ମାଣ କରିଥିଲେ। ପ୍ରତିବର୍ଷ ମହାଶିବରାତ୍ରୀରେ ଏଠାରେ ଏକ ମେଳା ଆୟୋଜିତ ହୋଇଥାଏ, ଯେଉଁ ଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦିଅନ୍ତି।

ବର୍ଷାଦିନେ ନଦୀର ଜଳସ୍ତର ବଢ଼ିଲେ ଏହି ଶିବିଲିଙ୍ଗ ଗୁଡ଼ିକ ପାଣିରେ ବୁଡ଼ି ଯାଆନ୍ତି। କିନ୍ତୁ ଜଳ ସ୍ତର ହ୍ରାସ ପାଇଲେ ହଜାର ହଜାର ଶିବ ଲିଙ୍ଗ ପୁଣି ଦେଖାଯାଇ ଥାନ୍ତି। ଏହି ସମୟରେ ଅନେକ ଶୈବଭକ୍ତ ଓ ପର୍ଯ୍ୟଟକ ଏହାଙ୍କୁ ଦର୍ଶନ କରିବା ପାଇଁ ଏଠାକୁ ଆସିଥାନ୍ତି। ପ୍ରକୃତି କୋଳରେ ସହସ୍ର ଲିଙ୍ଗଙ୍କୁ ଦର୍ଶନ କରି ଅପାର ଆନନ୍ଦ ଲାଭ କରିଥାନ୍ତି ।

( ସଂଗୃହିତ )