ପାରିବାରିକ କଳହ: ଦିଅର ମୃତ, ଭାଉଜ ଅଟକ | News Room Odisha

ପାରିବାରିକ କଳହ: ଦିଅର ମୃତ, ଭାଉଜ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀ ଠାରେ ଘରୋଇ କଳହକୁ ନେଇ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ। ମୃତକ ହେଉଛନ୍ତି ସେହି ଗ୍ରାମର ପ୍ରଦୀପ ନାୟକ। ଶନିବାର ସକାଳୁ ଘରୁ ପ୍ରଦୀପଙ୍କ ମୃତଦେହ ମିଳିଛି। ତାଙ୍କ ପାଟିରୁ ଫେଣ ଓ କାନରୁ ରକ୍ତ ବାହାରୁଥିବା ଦେଖି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏଥିରେ ସମ୍ପୃକ୍ତି ସନ୍ଦେହରେ ପୋଲିସ ତାଙ୍କ ଭାଉଜ କାମିନୀ ନାୟକଙ୍କୁ ଅଟକ ରଖିଛି।
ପ୍ରଦୀପଙ୍କ ଭାଇ ଓ ସ୍ତ୍ରୀଙ୍କ ମୃତ୍ୟୁ ପରେ କାମିନୀ ସହ ତାଙ୍କର ଦ୍ବିତୀୟ ବିବାହ ପାଇଁ ଧାର୍ଯ୍ୟ ହୋଇଥିଲା। ମାତ୍ର କୈାଣସି କାରଣରୁ କାମିନୀ ଦିଅର ସହ ବିବାହରେ ରାଜି ନହେବାରୁ ପରସ୍ପର ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଶୁକ୍ରବାର ରାତିରେ ମଧ୍ୟ ପ୍ରବଳ ପାଟିତୁଣ୍ଡ ଘଟିଥିଲା। ଏଣୁ ପ୍ରଦୀପଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ କାମିନୀ ଙ୍କ ହାତ ଥିବା ସନ୍ଦେହ କରି ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।