ଆଉ କିଛି ସମୟ ପରେ କ୍ୟାବିନେଟ ବୈଠକ | News Room Odisha

ଆଉ କିଛି ସମୟ ପରେ କ୍ୟାବିନେଟ ବୈଠକ

ଭୁବନେଶ୍ବର – ଆଜି ଅପରାହ୍ନ ସାଢେ ୪ଟାରେ ରାଜ୍ୟ କ୍ୟାବିନେଟର ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ । ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ ମୋହର ମାରିବ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଜରିଆରେ ବୈଠକରେ ଅଧ୍ୟକ୍ଷତାରେ କରିବେ । ମନ୍ତ୍ରୀମାନେ ଲୋକସେବା ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ । ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିପାରେ ।
ଆଇନ, ସାଧାରଣ ପ୍ରଶାସନ, ସଂସ୍କୃତି ଏବଂ ପର୍ଯ୍ୟଟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଯୋଜନା ଏବଂ ସଂଯୋଜନା, ଗ୍ରାମ୍ୟ ଉନ୍ନୟନ ଓ ବୈଷୟିକ ଶିକ୍ଷା ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ କ୍ୟାବିନେଟ ମଞ୍ଜୁର ହୋଇପାରେ । ମାସକ ମଧ୍ୟରେ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଠିବ ବୋଲି ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ କ୍ୟାବିନେଟର ନିଷ୍ପତ୍ତି ହୋଇପାରେ ବୋଲି ସମ୍ଭାବନା ରହିଛି ।