ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଯୁବ ବିଜେଡ଼ିର ରକ୍ତଦାନରେ ରେକର୍ଡ: ୫୫୦ ୟୁନିଟ୍ ରକ୍ତ ସଂଗୃହୀତ | News Room Odisha

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଯୁବ ବିଜେଡ଼ିର ରକ୍ତଦାନରେ ରେକର୍ଡ: ୫୫୦ ୟୁନିଟ୍ ରକ୍ତ ସଂଗୃହୀତ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିବସ ଅବସରରେ ରକ୍ତଦାନରେ ବିରଳ ରେକର୍ଡ ହୋଇଛି। ସର୍ବାଧିକ ୫୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

ଜିଲ୍ଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ରଙ୍କ ନେତୃତ୍ଵରେ ଦୁଇଟି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହା ମଧ୍ୟରୁ ଗୋଟିଏ ବିରାଟ ରକ୍ତଦାନ ଶିବିର ସ୍ଥାନୀୟ ପାନ୍ଥନିବାସଠାରେ ଆୟୋଜିତ ହୋଇଥିଲା । ଏହି ଶିବିରରେ ୪୧୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘ, ହୀରାକୁଦ ୟୁଥ୍, ଆମାଜିଙ୍ଗ ୱେଲ୍-ଫେୟାର ଆସୋସିଏସନ୍ ତଥା ଦଳର ବହୁ ଯୁବ, ଛାତ୍ର, ମହିଳା ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ବରିଷ୍ଠ ନେତା ଦେବେନ୍ଦ୍ର କିଶୋର ପତି, ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ୍ ବେହେରା, ଯୁବ ନେତା ଅଲିମ୍ କାମଦାର୍, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ମନୋଜ ମହାପାତ୍ର, ରାଜ୍ୟ ଯୁଗ୍ମ ସମ୍ପାଦକ ଧର୍ମରାଜ ମରେଈ, ଜୋନ୍ ଯୁବ ସଭାପତି ଦେବାଶିଷ ପରିଡା, ଜୋନ୍ ଛାତ୍ର ସଭାପତି ମିଲନ୍ ହୋତା, ଛାତ୍ର ଜିଲ୍ଲା ସଭାପତି ସୁଭ୍ରାଂଶୁ ପାଢ଼ୀ, ମହିଳା ଜିଲ୍ଲା ସଭାନେତ୍ରୀ ବନ୍ଦିତା ନାୟକ, ଜିଲ୍ଲା ସମ୍ପାଦକ ମଞ୍ଜୁ ଓରାମ, ସସ୍ମିତା ଦୀପ୍, ଉତ୍ତମ ବାଗ୍, ମହେଶ ଗର୍ଡିଆ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଏହିପରି ଧନକଉଡ଼ା ବଜାର ପ୍ରାଙ୍ଗଣରେ ଯୁବ ଜନତା ଦଳ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ୧୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଶିବିରକୁ ଜିଲ୍ଲା ପରିଷଦ ସଭ୍ୟ ସୁଦର୍ଶନ ହରିପାଲ, ବ୍ଲକ ସଭାପତି ବାଞ୍ଛାନିଧି ମିଶ୍ର, ଯୁବ ନେତା ଜିତୁ ମିଶ୍ର, ଅକ୍ଷୟ ସ୍ବାଇଁ, ମହମ୍ମଦ ନାସୀର୍ ପ୍ରମୁଖ ସଂଯୋଜନା କରିଥିଲେ।