ଦୁଇ ଦଶକ ମଧ୍ୟରେ ଓଡ଼ିଶାରେ ଦାରିଦ୍ର୍ୟ ୨୫ ପ୍ରତିଶତ ‌ହ୍ରାସ : ମୁଖ୍ୟମନ୍ତ୍ରୀ | News Room Odisha

ଦୁଇ ଦଶକ ମଧ୍ୟରେ ଓଡ଼ିଶାରେ ଦାରିଦ୍ର୍ୟ ୨୫ ପ୍ରତିଶତ ‌ହ୍ରାସ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଦୁଇ ଦଶକ ମଧ୍ୟରେ ଏକ ଗରିବ ରାଜ୍ୟରୁ ସର୍ବାଧିକ ଦାରିଦ୍ର୍ୟ ହ୍ରାସ ଭଳି ଲମ୍ବା ଯାତ୍ରା ଅତିକ୍ରମ କରିଛି ଓଡିଶା । ଗତ ଦୁଇ ଦଶକରେ ୨୫ ପ୍ରତିଶତ ଦାରିଦ୍ର୍ୟ ଦୂର କରିବାରେ ଓଡ଼ିଶା ସଫଳ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବିକାଶର ସୁଫଳ ଯେମିତି ସମସ୍ତଙ୍କ ପାଖରେ ପହଞ୍ଚିବ, ସେ ନେଇ ସାମଗ୍ରିକ ଭାବେ ଉଦ୍ୟମ ଆହୁରି ଜୋରଦାର କରିବାକୁ ଆନ୍ତର୍ଜାତିକ ଦାରିଦ୍ର୍ୟ ଦୂରୀକରଣ ଦିବସ ଅବସରରେ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।