ରୋପୱେ ନିର୍ମାଣ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ | News Room Odisha

ରୋପୱେ ନିର୍ମାଣ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର, ୧୮/୧୦ : ହରିଶଙ୍କରରୁ ନୃସିଂହନାଥ ରୋପୱେ ନିର୍ମାଣ ଦାବିରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି କୋଶଲ ରାଜ୍ୟ ସମନ୍ୱୟ ସମିତି ।

ଏହି ବିକ୍ଷୋଭ ପ୍ରଦର୍ଶନରେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖିଛନ୍ତି ଯାହାର ସଦ୍ୟତମ ଉଦାହରଣ ହରିଶଙ୍କର–ନୃସିଂହନାଥ ମନ୍ଦିର ରୋପୱେ। ଏହି ପ୍ରକଳ୍ପ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବରଂ ଏହି ପ୍ରକଳ୍ପ ବାତିଲ ହୋଇଛି। ଯାହା ପଶ୍ଚିମଓଡ଼ିଶା ବାସୀଙ୍କ ପାଇଁ ଏକ ମର୍ମାହତର ବିଷୟ। ତେଣୁ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଜିଲ୍ଲାପାଳଙ୍କ ଅଫିସ ଆଗରେ ଆହ୍ୱାନ କରିଛନ୍ତି କୋଶଲ ସଂଗ୍ରାମୀ।