ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ | News Room Odisha

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ

ସମ୍ବଲପୁର: ଆଜି ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନସ୍ଥ ଜିଲ୍ଲା ସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ଜିଲ୍ଲାପାଳ ଅନନ୍ୟା ଦାସ ଅଧ୍ୟକ୍ଷତା କରିଥିଲେ | ବୈଠକରେ ସ୍ଵାଗତିକା ବେହେରା ୨୦୨୨-୨୩ ବର୍ଷ ପାଇଁ ତମାଖୁ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ବୈଠକରେ ଉପସ୍ଥାପନ କରିଥିଲେ | ଚଳିତ ବର୍ଷ ଜିଲ୍ଲାରେ ୩୨ ଗୋଟି ସ୍କୁଲ ଏବଂ ୪ ଗୋଟି ମହାବିଦ୍ୟାଳୟ ରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ |

ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ସ୍କୁଲ, କଲେଜ ଗୁଡିକରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ବିଭାଗ ତରଫତୁ ସୂଚନା ଦିଆଯାଇଛି | ଏହାଛଡା କୋଟପା ନିୟମ କୁ ଉଲଂଘନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ବିଭିନ୍ନ ସମୟ ଜୋରିମାନା କରାଯାଉଛି | ସୂଚନା ଯେ, ୨୦୧୬-୧୭ ମସିହାରୁ ୨୦୨୨-୨୩ ମଧ୍ୟରେ ୪ ଲକ୍ଷ ୨୩ ହଜାର ୬ ଶହ ୧୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି | ୨୦୨୨-୨୩ ରେ କୋଟପା ଏନ୍ଫୋର୍ସମେଣ୍ଟ ଦଳ ପକ୍ଷରୁ ଗତ ଏପ୍ରିଲ ମାସ ୨୦୨୨ ରେ ଟାଉନ ଥାନା ଏବଂ ଶାସନ ଥାନ ଅଞ୍ଚଳ ରେ ଯଥାକ୍ରମେ ୩୨ ଏବଂ ୧୯ ଉଲ୍ଲଂଘନକାରୀଙ୍କ ଠାରୁ ୮୮୫୦ ଟଙ୍କା, ମେ, ଜୁନ ମାସରେ କତରବଗା ଥାନା ଅଞ୍ଚଳରେ ୨୦, ଜମନକିରା ରୁ ୨୫, ଭୋଜପୁର ରୁ ୨୩, ରେଙ୍ଗାଲି ୨୨, ଏବଂ ଲଇଡ଼ା ଅଞ୍ଚଳର ୧୪ ଉଲ୍ଲଂଘନକାରୀଙ୍କ ଠାରୁ ୧୯ ହଜାର ୭ ଶହ ଟଙ୍କା, ଅଗଷ୍ଟ, ସେପ୍ଟେମ୍ବର ମାସରେ ଠେଲକଲି ଅଂଚଳରୁ ୨୦, ଗୋବିନ୍ଦପୁର ରୁ ୨୫, ଅଇଁଠାପାଲି ରୁ ୨୦, ବରେଇପାଲି ରୁ ୨୩, କ୍ଷେତ୍ରରାଜପୁର ରୁ ୨୧ ଏବଂ ରେଢ଼ାଖୋଲ ଅଞ୍ଚଳରୁ ୨୨ ଉଲ୍ଲଂଘନକାରୀଙ୍କ ଠାରୁ ୨୭ ହଜାର ୫ ଶହ ଟଙ୍କା ଆଦାୟ କରାଯାଇଛି | ଠିକ ସେଇପରି ଅକ୍ଟୋବର ମାସରେ ଗୋଶାଳା ଅଂଚଳରୁ ୨୨ ଉଲ୍ଲଂଘନକାରୀଙ୍କ ଠାରୁ ୪ ହଜାର ୧ ଶହ ଟଙ୍କା ଜୋରିମାନା ଆଦାୟ ହୋଇଛି |

ସୂଚନା ଯେ, ଚଳିତ ବର୍ଷ ଏପ୍ରିଲ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ମୋଟ ୩୦୮ ଉଲ୍ଲଂଘନକାରୀଙ୍କ ଠାରୁ ୫୭ ହଜାର ୧ ଶହ ୫୦ଟଙ୍କା ଆଦାୟ ହୋଇଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି | କିଭଳି ଏହି ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ କୁ ଅଧିକ ବ୍ୟାପକ କରିବା ସହ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ ଅଧିକରୁ ଅଧିକ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଉପସ୍ଥିତ ଅଧିକାରୀ ପରାମର୍ଶ ଦେଇଛନ୍ତି | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସିଡ଼ିଏମ ଆଣ୍ଡ ପିଏଚଓ ଡ. ପଙ୍କଜ ପଟେଲ, ଡିପିଏଚଓ ଡ. ଅଶୋକ ଦାସ, ଏଡିପିଏଚଓ ଡ. ପ୍ରମୋଦ ଚନ୍ଦ୍ର ବିଶ୍ୱାଳ, ଡ୍ରଗ ଇନ୍ସ୍ପେକଟର ସତ୍ୟନାରାୟଣ ମଲ୍ଲିକ, ଡିପିଏମ, ଏନଏଚଏମ ଡ. ମୌସୁମୀ ମିଶ୍ର, ଡେପୁଟି ଏସପି, ଡିଆଇବି ଜେମେସ ସମଦ, ଜିଲ୍ଳା ଶ୍ରମ ଅଧିକାରୀ ସୁମିତ୍ରା ମାଝୀ ସମେତ କମିଟି ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ | ପରେ ଜିଲ୍ଲା ସ୍ତରୀୟ ଖାଦ୍ୟ ନିରାପତ୍ତା ପରାମର୍ଶଦାତା କମିଟି ଏବଂ ଜିଲ୍ଲା ସ୍ତରୀୟ ବୟୋ ମେଡିକାଲ ବର୍ଯ୍ୟବସ୍ତୁ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି |