ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଯୋଗ ପଞ୍ଚମ ଅଧ୍ୟାୟରେ କହୁଛନ୍ତି : –
ସର୍ବକର୍ମାଣି ମନସା ସଂନ୍ୟସ୍ୟାସ୍ତେ ସୁଖଂ ବଶୀ ।
ନବଦ୍ୱାରେ ପୁରେଦେହୀ ନୈବ କୁର୍ବନ୍ନ କାରୟନ୍।
ଅର୍ଥାତ ଭଗବାନ କହିଲେ –
ଶରୀରଧାରୀ ଜୀବ,ଯେଉଁମାନେ ଆତ୍ମସଂଯତ ଏବଂ ଆସକ୍ତି ରହିତ ଅଟନ୍ତି,ସେମାନେ ସେହି ନବଦ୍ୱାର ବିଶିଷ୍ଟ ନଗରରେ ଖୁସିରେ ବାସ କରନ୍ତି । ସେମାନେ ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ ।
(ଗୀତା ୫ମ ଅ। ୧୩ଶ ଶ୍ଲୋକ )