ଗୋପାଳପୁର ବିଧାୟକଙ୍କ ପତ୍ନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା | News Room Odisha

ଗୋପାଳପୁର ବିଧାୟକଙ୍କ ପତ୍ନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା

ଭୁବନେଶ୍ବର -ପୂର୍ବତନ ଆଇଏଫଏସ ଅଭୟ ପାଠକଙ୍କ ଆର୍ଥିକ କାରବାର ମାମଲାକୁ ନେଇ ପଚରାଉଚରା କରିବା ପାଇଁ ଇଡିରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ତେବେ ଏହି ଠକେଇ ମାମଲାରେ ତାଙ୍କର ସଂପୃକ୍ତି ଥିବାନେଇ ଚର୍ଚ୍ଚା ଜୋର ଧରିିଥିବା ବେଳେ ଆଜି ଇଡି ତାଙ୍କୁ ଜେରା କରିଛି।

ମଙ୍ଗଳବାର ପ୍ରଦୀପଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଜେରା କରିଥିଲା ଇଡି । ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରୁତିଙ୍କୁ ଜେରା କରାଯାଇଥିଲା । ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ଅଭୟ ପାଠକଙ୍କ ପୁଅ ଆକାଶ ପାଠକ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଆକାଶ ପାଠକଙ୍କ ଆକାଉଣ୍ଟକୁ ଯାଇଥିବା ଟଙ୍କା ନେଇ ଜେରା କରିଛି ଇଡି ।