ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ | News Room Odisha

ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ

ଭୁବନେଶ୍ବର – ବିଜେଡିରୁ ବହିଷ୍କୃତ ହୋଇଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ତାଙ୍କୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଚଳିତ ଧାମନଗର ଉପନିର୍ବାଚନରେ ଦଳୀୟ ଟିକେଟ ନ ମିଳିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ରାଜେନ୍ଦ୍ର ଦାସ। ଦଳର ନିଷ୍ପତ୍ତି ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ଏହାକୁ ଦଳବିରୋଧୀ କାର୍ଯ୍ୟ ଭାବେ ଗ୍ରହଣ କରାଯାଇଛି। ଆଉ ଏଥି ପାଇଁ ରାଜେନ୍ଦ୍ର ଦାସଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ରାଜୁଙ୍କୁ ଦଳରୁ ବହିଷ୍କାର କରିଥିବା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ପ୍ରେସ୍‌ରିଲିଜ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି।