ଓଡ଼ିଶାକୁ ପିଏମଏୱ।ଇ -ଅର୍ବାନ ପୁରସ୍କାର | News Room Odisha

ଓଡ଼ିଶାକୁ ପିଏମଏୱ।ଇ -ଅର୍ବାନ ପୁରସ୍କାର

ଭୁବନେଶ୍ବର – କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବିକାଶ ମନ୍ତ୍ରାଳୟ ପକ୍ଷରୁ ପିଏମ୍ଏୱାଇ-ଅର୍ବାନ୍ ପୁରସ୍କାର ୨୦୨୧ ପ୍ରଦାନ କରାଯାଇଛି । ପିଏମ୍ଏୱାଇ-ଅର୍ବାନ୍ ପୁରସ୍କାର ଅନ୍ତର୍ଗତ ସ୍ବତନ୍ତ୍ର ବର୍ଗରେ ଶ୍ରେଷ୍ଠ ନୀତିଗତ ପଦକ୍ଷେପ ପାଇଁ ଓଡ଼ିଶାକୁ ପୁରସ୍କାର ମିଳିଛି । ରାଜକୋଟରେ ଆୟୋଜିତ ୩ ଦିନିଆ ଇଣ୍ଡିଆନ୍ ଅର୍ବାନ୍ ହାଉସିଙ୍ଗ କନକ୍ଲେଭରେ କେନ୍ଦ୍ର ଗୃହ ଓ ନଗର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ପୁରସ୍କାରରେ ଓଡ଼ିଶାକୁ ପୁରସ୍କୃତ କରିଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ‘ଜାଗା ମିଶନ’ର ମିଶନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏବଂ ଓଡ଼ିଶା ସହରାଞ୍ଚଳ ଗୃହ ନିର୍ମାଣ ମିଶନ – ‘ଆବାସ୍’ର ମିଶନ ନିର୍ଦ୍ଦେଶକ ଦେବାଶିଷ ସିଂହ ମିଳିତ ଭାବେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।