ବିଭିନ୍ନ ପ୍ରକଳ୍ପ ଭିତ୍ତିପ୍ରସ୍ତର ଓ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ | News Room Odisha

ବିଭିନ୍ନ ପ୍ରକଳ୍ପ ଭିତ୍ତିପ୍ରସ୍ତର ଓ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବରଗଡ: ବରଗଡ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡ଼ିଓ କନଫରେନସିଂ ମାଧ୍ୟମରେ ଡ଼ବ୍ଲୁଓଡ଼ିସି ପାଣ୍ଠିରୁ ନିର୍ମିତ ଗୋଟିଏ ପ୍ରକଳ୍ପକୁ ଲୋକାର୍ପିତ କରାଯାଇଛି । ଏହାସହିତ ଅନ୍ୟ ଚାରୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି l ପଦ୍ମପୁର ଅଂଚଳ ମହାବିଦ୍ୟାଳୟର ନବନିର୍ମିତ ସମ୍ମିଳନୀ କକ୍ଷ ଲୋକାର୍ପିତ ହୋଇଥିବା ବେଳେ ବରଗଡ ସହର ପାଇଁ ୫୦୦ ଆସନ ବିଶିଷ୍ଟ ଅଡ଼ିଟୋରିୟମ, ଡେବ୍ରିଗଡରେ ଥିବା ବାରବଖରା ଜଳପ୍ରପାତ ଓ ଗୁମ୍ଫା ନିକଟରେ ଇକୋ ପର୍ଯ୍ୟଟନ ସ୍ଥଳର ବିକାଶ, ବିକାଶ ସ୍କୁଲ ଠାରୁ ହଳଦୀପାଲି ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ଡ୍ରେନ ନିର୍ମାଣ, ପଦ୍ମପୁର ଠାରେ ଥିବା ବଡ଼ବନ୍ଧର ସୌନ୍ଦର୍ଯ୍ୟକରଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି l

Oswan ହଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ବିଭଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।