ଦୀପାବଳିରେ ରାଜଧାନୀରେ ମାତ୍ର ୨ ଘଣ୍ଟା ବାଣ ଫୁଟିବ , କମିସନରେଟ ପୋଲିସର ନିର୍ଦ୍ଦେଶାବଳୀ ଜାରି | News Room Odisha

ଦୀପାବଳିରେ ରାଜଧାନୀରେ ମାତ୍ର ୨ ଘଣ୍ଟା ବାଣ ଫୁଟିବ , କମିସନରେଟ ପୋଲିସର ନିର୍ଦ୍ଦେଶାବଳୀ ଜାରି

ଭୁବନେଶ୍ୱର -ଦୀପାବଳିରେ ରାଜଧାନୀରେ ୨ ଘଣ୍ଟା ବାଣ ଫୁଟାଇବା ଲାଗି କମିସନରେଟ୍‍ ପୋଲିସ ନିର୍ଦ୍ଦେଶାବଳୀ ଜାରି କରିଛି । ଏଥର ରାଜଧାନୀର ବିଭିନ୍ନ ଅଞ୍ଚଳର ୩୦ଟି ସ୍ଥାନରେ ବାଣ ବିକ୍ରି ପାଇଁ ସବୁଜ ସଙ୍କେତ ଦେଇଛି କମିସନରେଟ ପୋଲିସ। କେବଳ ସ୍ୱୀକୃତିପ୍ରାପ୍ତ ଦୋକାନୀ ବାଣ ବିକ୍ରି କରିବେ ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇଛି। ଯଦି କୌଣସି ବ୍ୟକ୍ତି ବେଆଇନ ବାଣ ବିକ୍ରି କରୁଥିବାର ନଜର ଆସେ, ତାହେଲେ ୭୦୭୭୭୯୮୧୧୧ ନମ୍ବରରେ ଯୋଗାଯୋଗ କରିବାକୁ ପୋଲିସ କହିଛି।

ଏହାଛଡ଼ା ଅଗ୍ନିଶମ ନିୟମାବଳୀକୁ କଡ଼ାକଡ଼ି ମଧ୍ୟ ହୋଇଛି। ଶାନ୍ତି ଶୃଙ୍ଖଳାରେ ଦିପାବଳୀ ପାଳନ କରିବାକୁ ରାଜଧାନୀବାସୀଙ୍କୁ ଅନୁରୋଧ କରିଛି କମିସନରେଟ୍‍ ପୋଲିସ। ବାଣ ବିକ୍ରି ସ୍ଥାନରେ ନିୟମ ଉଲ୍ଲଘଂନ କଲେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ନଜର ପକାନ୍ତୁ କମିସନରେଟ ପୋଲିସର ନିର୍ଦ୍ଦେଶାବଳୀ ଉପରେ ।

 

* କେବଳ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି

* ହସ୍ପିଟାଲ୍‍, ଶିକ୍ଷାନୁଷ୍ଠାନ ଓ କୋର୍ଟରେ ବାଣ ଫୁଟାଇବା ମନା

* ବାଣ ଦୋକାନଗୁଡ଼ିକ ପରସ୍ପରଠାରୁ ଅତି କମରେ ୩ ମିଟର ଦୂରତା ରଖିବେ

* ଦୋକାନଗୁଡ଼ିକ ପରସ୍ପରର ମୁହାଁମୁହିଁ ହେବେ ନାହିଁ

* ପ୍ରତ୍ୟେକ ଦୋକାନର ଚଟାଣ କ୍ଷେତ୍ର ୧୦-୧୨ ବର୍ଗ ମଧ୍ୟରେ ସୀମିତ

* ତେଲରେ ଜଳୁଥିବା ଦୀପ, ଗ୍ୟାସ୍‍ ଲ୍ୟାମ୍ପ, ମହମବତୀ ବ୍ୟବହାର କରାଯିବ ନାହିଁ

* ଦୋକାନଠାରୁ ୫୦ ମିଟର ମଧ୍ୟରେ ଆତସବାଜି ପ୍ରଦର୍ଶନ ଅନୁମତି ନାହିଁ

* ଗୋଟିଏ କ୍ଲଷ୍ଟରରେ ୫୦ରୁ ଅଧିକ ଦୋକାନ ଅନୁମତି ଦିଆଯିବ ନାହିଁ

* ଦୋକାନରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ର, ସୁବିଧା ଏବଂ ପ୍ରଥମ ସହାୟତା ଦୋକାନରେ ରଖାଯିବ

* କେବଳ ସବୁଜ କ୍ରାକର (ଯାହା କମ୍‍ ପ୍ରଦୂଷିତ)ଗୁଡ଼ିକ ବିକ୍ରୟ ପାଇଁ ଅନୁମତି