କଳିଙ୍ଗରେ ଆସନ୍ତା ୨୮ରୁ ପ୍ରୋ ଲିଗ୍ ହକି | News Room Odisha

କଳିଙ୍ଗରେ ଆସନ୍ତା ୨୮ରୁ ପ୍ରୋ ଲିଗ୍ ହକି

ଭୁବନେଶ୍ୱର – ଆସନ୍ତା ୨୮ ତାରିଖରୁ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇଏଚ ହକି ପ୍ରୋ ଲିଗ୍ । ଏଥିରେ ଭାରତ, ସ୍ପେନ ଓ ନ୍ୟୁଜିଲାଣ୍ଡ ଟିମ ଅଂଶଗ୍ରହଣ କରିବେ । ନଭେମ୍ବର ୬ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ପରସ୍ପର ସହ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ । ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍ । ପୂର୍ବରୁ ଭାରତୀୟ ହକି ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଆଜି ସ୍ପେନ୍ ଟିମ ପହଞ୍ଚିଛି । ସ୍ପେନ ଟିମ ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା । କଡା ସୁରକ୍ଷାରେ ଏକ ସ୍ୱତନ୍ତ୍ର ବସ ଯୋଗେ ସ୍ପେନ ଟିମ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି ।

ପ୍ରୋ ଲିଗ ମ୍ୟାଚ ପାଇଁ ଟିମ ବେଶ ପ୍ରସ୍ତୁତ ଥିବା ବେଳେ ଆଗକୁ ବିଶ୍ୱକପ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଦଳର ଅଭ୍ୟାସ ପାଇଁ ବେଶ ସହାୟକ ହେବ ବୋଲି ସ୍ପେନ ଟିମ କୋଚ ମାକ୍ସି ମିଲାନୋ କହିଛନ୍ତି । ସ୍ପେନ ଟିମ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ସ୍ପେନ ହକି ଟିମର କୋଚ । ନ୍ୟୁଜିଲାଣ୍ଡ ଟିମ୍ ମଧ୍ୟ ଆଜି ଭୁବନେଶ୍ୱରରେ ପହଞ୍ଚିବ ।