ପାଟଦରହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ | News Room Odisha

ପାଟଦରହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡେନ ଥାନା ପାଟଦରହା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଦୁଇ ଥର ଗୁଳି ବିନିମୟ ହୋଇଛି । ଏସଓଜି, ଡିଭିଏଫ, ସିଆରପିଏଫଙ୍କୁ ମୁକାବିଲା କରିନପାରି ମାଓବାଦୀମାନେ ଛାତ୍ରଭଙ୍ଗ ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଯବାନମାନେ ସର୍ଚ୍ଚ ଅପରେସନ କରି ଏକ ମାଓ କ୍ୟାମ୍ପ ଠାବ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି।

ସୂଚନାନୁଯାୟୀ, ଗତ ୨୧ ତାରିଖରେ ପାଟଦରହା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ନେଇ ପୁଲିସକୁ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଏହାପରେ ଏସପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶ କ୍ରମେ ପାଟଦରହା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡିଭିଏଫ ଓ ସିଆରପିଏଫ ଯବାନଙ୍କ ମିଳିତ ଟିମ୍ କମ୍ବିଂ ଅପରେସନ ଆରମ୍ଭ କରିଥିଲା । ୨୩ ତାରିଖ ପୂର୍ବାହ୍ନରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାଓବାଦୀମାନେ ସୁରକ୍ଷାବାହିନୀକୁ ମୁକାବିଲା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। କ୍ୟାମ୍ପରୁ ଗୋଟିଏ ଆଇଡି, ୩ଟି ଡେଟୋନେଟର, ମାଓ ପୋଷାକ, ଔଷଧ ସହ ରୋଷେଇ ସାମଗ୍ରୀ ଜବତ କରାଯାଇଛି। ଏବେ ସମ୍ପୃକ୍ତ ଅଞ୍ଚଳରେ ମିଳିତ ଅପରେସନକୁ ଜୋରଦାର କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି।