କଳିଙ୍ଗରେ ଆଜିଠୁ ପ୍ରୋ ଲିଗ୍ ହକି, ଭାରତ-ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚ | News Room Odisha

କଳିଙ୍ଗରେ ଆଜିଠୁ ପ୍ରୋ ଲିଗ୍ ହକି, ଭାରତ-ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚ

ଭୁବନେଶ୍ୱର – କଳିଙ୍ଗ ହକି ଷ୍ଟାଡିୟମରେ ଆଉ ଏକ ଆନ୍ତର୍ଜାତିକ ହକି ଟୁର୍ଣ୍ଣାମେଣ୍ଟ । ଆଜିଠାରୁ ଆରମ୍ଭ ହେବ ଏଫଆଇଏଚ ହକି ପ୍ରୋ ଲିଗ୍ । ଏଥିରେ ଭାରତ, ସ୍ପେନ ଓ ନ୍ୟୁଜିଲାଣ୍ଡ ଭାଗ ନେଉଛନ୍ତି । ନଭେମ୍ବର ୬ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ପରସ୍ପର ସହ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଉଦଘାଟନୀ ମ୍ୟାଚ୍ ।

ଆସନ୍ତାବର୍ଷ ଜାନୁଆରୀରେ ଖେଳାଯିବାକୁ ଥିବା ବିଶ୍ୱକପ ହକି ପୂର୍ବରୁ ପ୍ରୋ ହକି ଲିଗ୍ ତିନି ଦଳ ପାଇଁ ଭଲ ଅଭ୍ୟାସ ସାବ୍ୟସ୍ତ ହୋଇପାରିବ ।

ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ କେବେ ବି ପ୍ରଥମ ସ୍ଥାନ ହାସଲ କରିପାରିନାହିଁ। ଦୁଇଥର ଦଳ ତୃତୀୟ ସ୍ଥାନରେ ହିଁ ସନ୍ତୁଷ୍ଟ ହୋଇଛି ।