ଆସିଆନ ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀଙ୍କ ବିଜନେସ ସମିଟ | News Room Odisha

ଆସିଆନ ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀଙ୍କ ବିଜନେସ ସମିଟ

ଭୁବନେଶ୍ୱର – ଓଡ଼ିଶା ଗସ୍ତରେ ଥିବା ଆସୋସିଏସନ୍ ଅଫ ସାଉଥ୍ ଇଷ୍ଟ ଏସିଆନ ନେସନ୍ସ -ଆସିଆନର ପ୍ରତିନିଧି ଦଳ ସ‌ହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବିଜନେସ ସମିଟରେ ଯୋଗ ଦେଉଛନ୍ତି । ଏଥିରେ ଓଡ଼ିଶାରେ ପୁଞ୍ଜି ନିବେଶ ପ୍ରସଙ୍ଗରେ ମୁଖ୍ୟତଃ ଆଲୋଚନା ହୋଇପାରେ। ଆସନ୍ତା ମାସରେ ହେବାକୁ ଥିବା ଓଡିଶା କନକ୍ଲେଭ ପୂର୍ବରୁ ଆସିଆନ ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଆସିଆନ ପ୍ରତିନିଧି ଦଳରେ ବ୍ରୁନେଇ, ଇଣ୍ଡୋନେସିଆ, ଲାଓସ, ମିଆଁମାର, ଥାଇଲାଣ୍ଡ ଓ ମାଲେସିଆର ଭାରତ ରାଷ୍ଟ୍ରଦୂତ, ହାଇକମିଶନର ଓ ଚାର୍ଜ ଡି’ ଆଫେୟାର୍ସ ଅଛନ୍ତି।