ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହେବ ୪ଟି ଗ୍ରାମ | News Room Odisha

ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହେବ ୪ଟି ଗ୍ରାମ

ବ୍ରହ୍ମପୁର – ବ୍ରହ୍ମପୁର ମହାନଗର ନିଗମରେ ସହର ଉପକଣ୍ଠ ସ୍ଥିତ ୪ଟି ଗ୍ରାମକୁ ସାମିଲ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋଚାପଡା ଗ୍ରାମ ପଞ୍ଚାୟତର ଲୋଚାପଡା ଗ୍ରାମ,ବଡ଼କୁସସ୍ଥଳୀ ଗ୍ରାମ ପଞ୍ଚାୟତର ସ୍ଥାନକୁସସ୍ଥଳୀ, ଗଉଞ୍ଜୁ ଗ୍ରାମ ପଞ୍ଚାୟତର ବ୍ରହ୍ମାପଲ୍ଲୀ ଓ ଗୋଳାବନ୍ଧ ଗ୍ରାମ ପଞ୍ଚାୟତର ଗୋଳାବନ୍ଧ ଗ୍ରାମକୁ ବ୍ରହ୍ମପୁର ମହାନଗର ନିଗମ -ବିଇଏମସିରେ ସାମିଲ କରାଯିବ। ଏଥିପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିଲା । ଏହି ଅଞ୍ଚଳର ଯେଉଁମାନେ ମିଶ୍ରଣ ନିଷ୍ପତ୍ତି ଦ୍ଵାରା ପ୍ରଭାବିତ ହେବେ, ସେମାନେ ବିଜ୍ଞପ୍ତି ପ୍ରକାଶର ୩୦ ଦିନ ମଧ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଲିଖିତ ଭାବେ ଆପତ୍ତି ପ୍ରକାଶ କରିବା ସହ ପରାମର୍ଶ ଦେଇପାରିବେ। ଏସବୁକୁ ରାଜ୍ୟ ସରକାର ବିଚାର କରିବେ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି ।