ରାଜ୍ୟର ଚାଷୀଙ୍କୁ ଫସଲ ବୀମା ପ୍ରଦାନରେ କେନ୍ଦ୍ର ଅବହେଳା ପ୍ରତିବାଦରେ ବିକ୍ଷୋଭ କରିବ ବିଜେଡି | News Room Odisha

ରାଜ୍ୟର ଚାଷୀଙ୍କୁ ଫସଲ ବୀମା ପ୍ରଦାନରେ କେନ୍ଦ୍ର ଅବହେଳା ପ୍ରତିବାଦରେ ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ବର – ଓଡ଼ିଶାର ଚାଷୀଙ୍କୁ ଫସଲ ବୀମା ପ୍ରଦାନରେ କେନ୍ଦ୍ର ଅବହେଳା କରୁଛି । ବୀମା କମ୍ପାନୀ ଚାଷୀଙ୍କୁ ଶୋଷଣ କରୁଥିବା ବେଳେ କେନ୍ଦ୍ର ସରକାର ଏ ଦିଗରେ ଉଦାସୀନ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛି ବିଜେଡି । କେନ୍ଦ୍ରର ଅବହେଳା ପ୍ରତିବାଦରେ ଆସନ୍ତାକାଲି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି ।

ଫସଲ ବୀମା ପ୍ରଦାନରେ କେନ୍ଦ୍ରର ଅବହେଳାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଫସଲ ବୀମା ନମିଳିବାରୁ ରାଜ୍ୟର ଲକ୍ଷାଧିକ ଚାଷୀ ପ୍ରଭାବିତ ହୋଇଛନ୍ତି । ବୀମା କମ୍ପାନୀ ଚାଷୀଙ୍କୁ ଶୋଷୁଥିବା ବେଳେ, କେନ୍ଦ୍ର ସରକାରଙ୍କ ନୀରବତା ଦୁର୍ଭାଗ୍ୟଜନକ । କୃଷକଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର ସବୁବେଳେ କାର୍ଯ୍ୟ କରି ଆସୁଛନ୍ତି । ତେଣୁ କେନ୍ଦ୍ର ଅବହେଳା ବିରୋଧରେ ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ବିଜେଡି । ଏହାସହ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ । ସେହିପରି ରାଜଭବନ ଆଗରେ ମଧ୍ୟ ପ୍ରତିବାଦ କରିବ ବିଜେଡି ।