ବୀମା ଅବ୍ୟବସ୍ଥାକୁ ନେଇ କେନ୍ଦ୍ର ବିରୋଧରେ ବିଜେଡି ଦେବ ଧାରଣା | News Room Odisha

ବୀମା ଅବ୍ୟବସ୍ଥାକୁ ନେଇ କେନ୍ଦ୍ର ବିରୋଧରେ ବିଜେଡି ଦେବ ଧାରଣା

ବରଗଡ:  ଚାଷୀଙ୍କ ପାଇଁ ସର୍ବଦା ତତ୍ପରତା ଯୋଗୁଁ ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ଓଡିଶା ସରକାର ପାଇଛନ୍ତି। ତେବେ ୨୦୨୧ ବୀମା ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଅନୁରୋଧ ଓ ଦାବି କରୁଥିଲେ ବି କେନ୍ଦ୍ର କୌଣସି ପଦକ୍ଷେପ ନେଉନାହଁ l ଏପରିକି ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏକାଧିକ ଥର ଅନୁରୋଧ କ କରିଥିଲେବି ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଉ ନାହିଁ l

ଓଲଟା ବିଭିନ୍ନ ବାହାନାରେ ପ୍ରାପ୍ୟ ଅବରୋଧ କରିବା ପାଇଁ ଚେଷ୍ଟା ଚଲାଇଥିବା ବୀମା କମ୍ପାନୀକୁ ଶରଣ ଦେଇ ଓଡ଼ିଶାର ଚାଷୀଙ୍କୁ ହଟହଟା ହେବାକୁ ବାଧ୍ୟ କରିଦେଇଛି l ଓଡିଶା ସରକାରଙ୍କ ସହିବା ସୀମା ଅତିକ୍ରମ କରିଗଲାଣି l ଏଣିକି ବିଜେଡି ଖୋଲା ବିରୋଧ କରିବ l ସୋମବାର ବିଜେଡି ପ୍ରତ୍ୟେକ ଜ଼ିଲ୍ଲା ସଦରମହକୁମାରେ ଆନ୍ଦୋଳନ କରି ଜିଲ୍ଲାପାଳଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିବ । ଆଗାମୀ ୧୫ ଦିନ ଭିତରେ କୌଣସି ପଦକ୍ଷେପ ନ ନେଲେ ବିଜେଡି ଚାଷୀ ସପକ୍ଷରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଶ୍ରୀମୟୀ ମିଶ୍ର କହିଛନ୍ତି l ବିଜୁ ଜନତା ଦଳ ପରିବାର ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ସ୍ଥାନୀୟ ବିଜେଡି ନେତୃବର୍ଗ ଉପସ୍ଥିତ ଥିଲେ l