ଧାମନଗର ଉପନିର୍ବାଚନ: ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ | News Room Odisha

ଧାମନଗର ଉପନିର୍ବାଚନ: ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଧାମନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ପ୍ରଚାର ବି ଜୋରଦାର ହୋଇଛି । ହେଭିଓ୍ଵେଟଙ୍କ ପ୍ରଚାରରେ ଧାମନଗର ମଇଦାନ କମ୍ପୁଛି। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ ।

ନିଜ ଦଳର ପ୍ରାର୍ଥୀ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଧାମନଗର ନିର୍ବାଚନମଣ୍ଡଳୀରେ ୬ଟି ଜୋନ ଥିବା ବେଳେ ପ୍ରତି ଜୋନରେ ୨-୩ଟି ଲେଖାଏଁ ଏଲଇଡି ଲଗାଯିବ । ମୁଖ୍ୟମନ୍ତ୍ରୀ ଆଜି ପ୍ରଚାର କରିବାକୁ ଥିବାରୁ ବିଜେଡିର କର୍ମୀ ମହଲରେ ଉତ୍ସାହ ପ୍ରକାଶ ପାଇଛି । ଆସନ୍ତାକାଲି ସଂଧ୍ୟାରେ ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେଉଛି। ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ ।