ଡଙ୍ଗା ବୁଡ଼ି ମତ୍ସ୍ୟଜୀବୀ ମୃତ | News Room Odisha

ଡଙ୍ଗା ବୁଡ଼ି ମତ୍ସ୍ୟଜୀବୀ ମୃତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ସାନଆର୍ଯ୍ୟପଲ୍ଲୀ ଗ୍ରାମ ପାଖ ସମୁଦ୍ରରେ ଡଙ୍ଗା ବୁଡ଼ି କୁନା ପାଢ଼ୀ ନାମକ ମତ୍ସ୍ୟଜୀବୀଙ୍କ ଜୀବନ ଯାଇଛି। ସୋମବାର ବିଳମ୍ବିତ ସନ୍ଧ୍ୟାରେ ଏହି ଅଘଟଣ ଘଟିଯାଇଛି। ମାଛ ଧରିବାକୁ ସେହି ଗ୍ରାମର କିଛି ମତ୍ସ୍ୟଜୀବୀ ବଙ୍ଗୋପସାଗର କୁ ମୋଟର ଚାଳିତ କାଠ ଡଙ୍ଗାରେ ଯାଇଥିଲେ। ତେବେ ମୋଟର ଫ୍ୟାନ୍ ଭାଙ୍ଗି ଯିବାରୁ ସମୁଦ୍ରରେ ଡଙ୍ଗା ଓଲଟି ପଡ଼ିଥିଲା। ସାଥୀରେ ଥିବା ଅନ୍ୟ ମତ୍ସ୍ୟଜୀବୀମାନେ କୁନାଙ୍କୁ ଗୁରୁତର ଅବସ୍ଥାରେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।