ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ | News Room Odisha

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା – ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଛି । ଆଜି ସକାଳ ୬ଟାରୁ ଖୋଲିଛି ଅଭୟାରଣ୍ୟ। ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଛି। ଆଜି ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଯଶିପୁର ପଟୁ କାଳିଆଣି ଗେଟ୍ ଦେଇ ପ୍ରବେଶ କରିପାରିବେ। ୩୫ଟି ଚାରିଚକିଆ ଯାନ କାଳିଆଣି ତନଖି ଫାଟକ, ଯଶିପୁର ଦେଇ ଓ ବାକି ୨୫ଟି ଗାଡ଼ି ପିଠାବଟା ତନଖି ଫାଟକ ଦେଇ ଭିତରକୁ ଯାଇପାରିବ।