ନୂଆପଡ଼ାରେ ବାଘ ଆତଙ୍କ | News Room Odisha

ନୂଆପଡ଼ାରେ ବାଘ ଆତଙ୍କ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଦା ଥାନା ଜାମୁସାଲେଭଟା ଗ୍ରାମରେ ଗତକାଲି ମଧ୍ୟ ରାତିରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗାଁର ଜଣେ ଚାଷୀଙ୍କ ବଳଦକୁ ମାରିଖାଇଥିବା ଅଭିଯୋଗ ହୋଇଛି ।

ସୂଚନା ମତେ ଗାଁର ଦେଓ ସିଂ ମାଝିଙ୍କ ବଳଦ ରାତିରେ ଘର ସମ୍ମୁଖ ଗୁହାଳରେ ଥିବାବେଳେ ମଧ୍ୟରାତ୍ରରେ ଏକ କଳରାପତରିଆ ବାଘ ଆକ୍ରମଣ କରି ମାରିଥିଲା। ତେବେ ଆଜି ସକାଳେ ବଳଦ ମାଲିକ ବାଘ ଆକ୍ରମଣ କରିଥିବା ଜାଣି ଧରମବନ୍ଦା ବନବିଭାଗକୁ ଖବର ଦେଇଥିଲେ। ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।