ସାକ୍ଷୀଗୋପାଳରେ ଅଁଳା ନବମୀ ପାଳନ ପାଇଁ ପ୍ରସ୍ତୁତି, ଭକ୍ତଙ୍କୁ ରାଧା ପାଦ ସ୍ପର୍ଶ ମନା | News Room Odisha

ସାକ୍ଷୀଗୋପାଳରେ ଅଁଳା ନବମୀ ପାଳନ ପାଇଁ ପ୍ରସ୍ତୁତି, ଭକ୍ତଙ୍କୁ ରାଧା ପାଦ ସ୍ପର୍ଶ ମନା

ସାକ୍ଷୀଗୋପାଳ – ଆସନ୍ତାକାଲି ପବିତ୍ର ଅଁଳା ନବମୀ। ସାକ୍ଷୀଗୋପାଳ ମନ୍ଦିର ପରିସରରେ କାଲି ଅଁଳା ନବମୀ ଅନୁଷ୍ଠିତ ହେବ । କୋରୋନା କଟକଣା ହଟିଥିବାରୁ ଦୁଇ ବର୍ଷ ପରେ ଭକ୍ତଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମା’ ରାଧା । କିନ୍ତୁ ଭକ୍ତଙ୍କୁ ରାଧା ପାଦ ଛୁଇଁବାକୁ ବାରଣ କରିଛି ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବ ତରଣ ସାହୁ । ଅଧିକ ଭିଡକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିରରେ ରାଧା ପାଦ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।