ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ | News Room Odisha

ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ

ପୁରୀ – ଆସନ୍ତା ୮ ତାରିଖରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ହେବ ପରିବର୍ତ୍ତନ । ଆଜି ଏ ନେଇ ନିଷ୍ପତ୍ତି ହୋଇଛି । ସୂର୍ଯ୍ୟୋଦୟ ପୂର୍ବରୁ ସରିବ ଶ୍ରୀଜିଉଙ୍କ ନୀତିକାନ୍ତି । ରାତି ୨ଟା ୩୦ରେ ହେବ ସୁନାବେଶ । ଭୋର ୫ଟାରେ ହେବ ଭୋଗମଣ୍ଡପ । ସକାଳ ୫.୫୪ରେ ହେବ ଦେବ ନୀତି ଓ ପାକ ତ୍ୟାଗ । ସକାଳ ୬ଟା ୧୯ ପରେ ସରିବ ଗ୍ରହଣ ନୀତି । ସକାଳ ୮ଟା ୨୯ ପରିବର୍ତ୍ତେ ୫.୫୪ରେ ହେବ ପାକ ତ୍ୟାଗ ।