୨୦୨୩ ପାଇଁ ରାଜ୍ୟ ସରକାରଙ୍କ ଛୁଟି ତାଲିକା ଘୋଷିତ, କର୍ମଚାରୀଙ୍କୁ ୧୦୫ ଦିନ ନିଶ୍ଚିତ ଛୁଟି | News Room Odisha

୨୦୨୩ ପାଇଁ ରାଜ୍ୟ ସରକାରଙ୍କ ଛୁଟି ତାଲିକା ଘୋଷିତ, କର୍ମଚାରୀଙ୍କୁ ୧୦୫ ଦିନ ନିଶ୍ଚିତ ଛୁଟି

ଭୁବନେଶ୍ୱର – ୨୦୨୩ ମସିହା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଛୁଟି ତାଲିକାରେ ସରକାରୀ କର୍ମଚାରୀମାନେ ୧୦୫ ଦିନ ଛୁଟି ପାଇବେ । ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୫ଦିନ ଛୁଟି ପାଇପାରିବେ । ଏଥିରେ କର୍ମଚାରୀଙ୍କୁ ମିଳୁଥିବା ଗୋଟିଏ ଇଚ୍ଛାଧୀନ ଛୁଟି ମଧ୍ୟ ରହଛି ।

୨୦୨୩ କ୍ୟାଲେଣ୍ଡର ବର୍ଷରେ ୨୭ଦିନ ସରକାରୀ ଛୁଟି ଥିବାବେଳେ ଇଚ୍ଛାଧୀନ ଛୁଟି ୭ ଦିନ ରହିଛି । କିନ୍ତୁ ଏହି ଇଚ୍ଛାଧୀନ ଛୁଟିଦିନ ମଧ୍ୟରୁ କେବଳ ଗୋଟିଏ ଛୁଟିକୁ କର୍ମଚାରୀମାନେ ନିଜ ସୁବିଧା ହିସାବରେ ନେଇପାରିବେ । ଗୋଟିଏ ଇଚ୍ଛାଧୀନ ଛୁଟିକୁ ମିଶାଇ ଜଣେ କର୍ମଚାରୀଙ୍କୁ ୨୮ଟି ଛୁଟି ମିଳିବାକୁ ଥିବାବେଳେ ୫୩ଟି ରବିବାର ଏବଂ ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇଲେ ୨୦୨୩ ମସିହା କ୍ୟାଲେଣ୍ଡର ବର୍ଷରେ ମୋଟ ୧୦୫ଟି ନିଶ୍ଚିିତ ଛୁଟି ମିଳିବ ।