ଆସନ୍ତା ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି | News Room Odisha

ଆସନ୍ତା ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ – ରାଷ୍ଟ୍ରପତି ହେଲା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୧୦ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଗସ୍ତ କାଳରେ ସେ ରାଜଭବନରେ ଅବସ୍ଥାନ କରିବେ ଓ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ୧୧ ତାରିଖରେ ସେ ଦିଲ୍ଲୀ ଫେରିଯିବେ। ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭବନ ସଚିବାଳୟ ପକ୍ଷରୁ ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥିବା ସୂଚନା ମିଳିଛି।