ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥରେ ଟ୍ରକ୍ -କାର ମୁହାଁମୁହିଁ ଧକ୍କା, ୩ ମୃତ | News Room Odisha

ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥରେ ଟ୍ରକ୍ -କାର ମୁହାଁମୁହିଁ ଧକ୍କା, ୩ ମୃତ

ଖୋର୍ଦ୍ଧା – ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ମଙ୍ଗଳବାର ରାତିରେ ଏକ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଟ୍ରକ ସହ କାରର ମୁହାଁମୁହିଁ ଧକ୍କା ହେବା ଯୋଗୁଁ କାରରେ ଥିବା ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଖବର ପାଇ ବୋଲଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ମୃତଦେହ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକମାନେ ଗୁଜରାଟର ହୋଇଥିବାର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଦୁର୍ଘଟଣା ପରେ ଟ୍ରକ୍ ଚାଳକ କୁଆଡେ ଫେରାର ହୋଇଯାଇଛି । କାର ଭିତରୁ ଜଗନ୍ନାଥଙ୍କ ଭୋଗ ଓ ମୋବାଇଲ ମିଳିଛି। ପୋଲିସ ଦୁର୍ଘଟଣା ଗସ୍ତ ଟ୍ରକ୍‌କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ କାର୍‌ରେ ସାମ୍ନାପଟଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି।