ଭୁବନେଶ୍ବର – ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଏହାର ନିୟନ୍ତ୍ରଣ ପାଇଁ ପରିବହନ କମିଶନ ଏକ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି । ଏଣିକି ଡ୍ରାଇଭିଂ ଲାଇସେନ୍ସ ବିନା ପ୍ରଶିକ୍ଷଣରେ ମିଳିବ ନାହିଁ। ଆବେଦନକାରୀଙ୍କୁ ସଡ଼କ ସୁରକ୍ଷା ଓ ଫାଷ୍ଟ୍ଏଡ୍ ଆଦିରେ ପ୍ରଶିକ୍ଷଣ ଦିଆଯିବ । ଏହାପରେ ହିଁ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ।
ଖୁବ୍ ଶ୍ରୀଘ୍ର ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ ଅନୁମତି ପାଇଁ ପରିବହନ କମିସନର ପରିବହନ ବିଭାଗକୁ ଚିଠି ଲେଖିଥିଲେ। ଗତକାଲି ବିଭାଗ ତରଫରୁ ଅନୁମତି ମିଳିସାରିଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ଲୋକଙ୍କୁ ସଡ଼କ ସୁରକ୍ଷା ଓ ପାଷ୍ଟ୍ଏଡ୍ ଆଦି ସଂପର୍କରେ ପ୍ରାଥମିକ ଜ୍ଞାନ ଦେବାକୁ ଏହି ପ୍ରଶିକ୍ଷଣ ଦିଆଯିବ। ରାଜ୍ୟରେ ଥିବା ସମସ୍ତ ଆର୍ଟିଓ ଅଫିସରେ ଏହା ପ୍ରଶିକ୍ଷଣ ପ୍ରଦାନ କରାଯିବ ।