ପ୍ରଥମ ଓଡ଼ିଆ ଭାବେ ଫିକିର ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା | News Room Odisha

ପ୍ରଥମ ଓଡ଼ିଆ ଭାବେ ଫିକିର ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର – ଜଣେ ଓଡ଼ିଆ ହୋଇଛନ୍ତି ଫିକିର ନୂଆ ସଭାପତି। ଶୁଭ୍ରକାନ୍ତ ପଣ୍ଡା ଫିକି ଇଣ୍ଡିଆର ପରବର୍ତ୍ତୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ଫିକିର ୯୫ ତମ ବାର୍ଷିକ ସାଧାରଣ ବୈଠକରେ ସେ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ପ୍ରଥମ ଓଡ଼ିଆ ଭାବେ ଫିକିର ଜାତୀୟ ସଭାପତି ଭାବେ ଚୟନ ହେଇଛନ୍ତି ଶୁଭ୍ରକାନ୍ତ ପଣ୍ଡା। ବର୍ତମାନ ଫିକିର ବରିଷ୍ଠ ଉପସଭାପତି ଥିବା ଶୁଭ୍ରକାନ୍ତ ସଞ୍ଜୀବ ମେହେଟ୍ଟାଙ୍କ ସ୍ଥାନ ନେବେ ।