ବନବିଭାଗର ଚଢଉ, ମୂଲ୍ୟବାନ କାଠପଟା ସହ କରତ ଜବତ | News Room Odisha

ବନବିଭାଗର ଚଢଉ, ମୂଲ୍ୟବାନ କାଠପଟା ସହ କରତ ଜବତ

ବୌଦ୍ଧ : ବେଆଇନ୍ ଭାବେ କାଠ ରଖିଥିବା ନେଇ ବନବିଭାଗ ବିଶ୍ବସ୍ତ ସୂତ୍ରରୁ ଖବରପାଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅଧୀନ ନାରାୟଣପ୍ରସାଦ ସେକ୍ସନ ଲୁଣ୍ଡୁରୁ ଗ୍ରାମର ଏକ ପରିତ୍ୟକ୍ତ ଘରକୁ ଚଢଉ କରିଛି । ଚଢଉରେ ୩୦ ଖଣ୍ଡ ଶାଳ କାଠ ଓ ୪ ଟି କରତ ଜବତ କରିଛି ବନ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ।

ଚଢ଼ାଉରେ କଣ୍ଟାମାଳ ବନାଞ୍ଚଳ ଅଧିକାରୀ କ୍ଷୀରାବ୍ଧି ପ୍ରଧାନଙ୍କ ନେତୃତ୍ବରେ ନାରାୟଣ ପ୍ରସାଦ ବନପାଳ ଚିତ୍ତରଞ୍ଜନ ପ୍ରଧାନ, ଘଣ୍ଡାପଡା ବନପାଳ ଚନ୍ଦ୍ରଶେଖର ଦାସ , ବନରକ୍ଷୀ ଆଶିଷ ମେହେର , ଓମପ୍ରକାଶ ନାୟକ , ଭକ୍ତି ଭୋଇ ଆଦି କର୍ମଚାରୀ ଉପସ୍ଥିତ ଥିଲେ । ଏନେଇ ବନାଞ୍ଚଳ ଅଧିକାରୀ ସୁଶ୍ରୀ ପ୍ରଧାନ ପଚାରିବାରୁ ତେବେ ବର୍ତ୍ତମାନ ସୁଦ୍ଧା ବନ ବିଭାଗ ପକ୍ଷରୁ କାହାରିକୁ ଗିରଫ କରି ପାରିନାହିଁ । ତଦନ୍ତ ଚାଲୁ ଥିବା ନେଇ ପ୍ରକାଶ କରିଛନ୍ତି ।