ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଢେମସା ଓ ଘୁଡକା ନାଚର ସଫଳତା, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ | News Room Odisha

ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଢେମସା ଓ ଘୁଡକା ନାଚର ସଫଳତା, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବର ୨ଟି ବର୍ଗରେ ଓଡ଼ିଶାର ‘ଢେମସା’ ଓ ‘ଘୁଡକା’ ନୃତ୍ୟ ୨ୟ ସ୍ଥାନ ଅଧିକାର କରିଛି । ଏହା ଅତ୍ୟନ୍ତ ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସର୍ବଭାରତୀୟସ୍ତରରେ ଓଡ଼ିଶାର ଗୌରବ ବଢାଇଥିବା ସମସ୍ତ ନୃତ୍ୟଶିଳ୍ପୀଙ୍କୁ ଏଥିପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କଳାକାରମାନଙ୍କ ସଫଳତାରେ ପ୍ରତିଟି ଓଡ଼ିଆ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।