କେନ୍ଦ୍ର ସରକାରଙ୍କ ନ୍ୟୁ ଇଣ୍ଡିଆ ଲିଟେରାସି କାର୍ଯ୍ୟକ୍ରମରେ ରାଜ୍ୟର ୭ ଜିଲ୍ଲା | News Room Odisha

କେନ୍ଦ୍ର ସରକାରଙ୍କ ନ୍ୟୁ ଇଣ୍ଡିଆ ଲିଟେରାସି କାର୍ଯ୍ୟକ୍ରମରେ ରାଜ୍ୟର ୭ ଜିଲ୍ଲା

ଭୁବ‌ନେଶ୍ବର – ସାକ୍ଷରତା ଦୃଷ୍ଟିରୁ ପଛୁଆ ଥିବା ରାଜ୍ୟର ୭ଟି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ନ୍ୟୁ ଇଣ୍ଡିଆ ଲିଟେରାସୀ ପ୍ରୋଗ୍ରାମରେ ସାମିଲ କରାଯାଇଛି । ୨୦୧୧ ଜନଗଣନା ଆନୁସାରେ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲାରେ ସାକ୍ଷରତା ହାର କମ୍ ରହିଛି। ଏସବୁ ଜିଲାର ୧୫ରୁ ୩୫ ବର୍ଷ ବ୍ୟକ୍ତି, ଯେଉଁମାନେ ପାଠ ପଢ଼ି ନ ଥିବେ ବା ଯେଉଁମାନେ ଅଧାରୁ ପାଠ ଛାଡ଼ିଥିବେ, ସେମାନଙ୍କୁ ସାକ୍ଷର କରାଯିବ। ଅନଲାଇନ ମୋଡରେ ସାକ୍ଷରତା ସହ ସଂଖ୍ୟା ଶିକ୍ଷା ଦିଆଯିବ। ଶିକ୍ଷାଦାନ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ଏନଏସଏସ ଓ ଏନସିସି କ୍ୟାଡେଟଙ୍କ ସମେତ ଶିକ୍ଷକଙ୍କୁ ସାମିଲ କରିବାକୁ ଯୋଜନା ରହିଛି। ବ୍ୟୟ ଅଟକଳ, ଲୋକଙ୍କ ତାଲିକା ଓ କାର୍ଯ୍ୟକାରିତାର ପ୍ଲାନ ପ୍ରସ୍ତୁତ କରିବାକୁ ୭ ଜିଲାର ଶିକ୍ଷାଧିକାରଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ସବିଶେଷ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପରେ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ ହେବ।