ବହୁଭାଷୀ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର | News Room Odisha

ବହୁଭାଷୀ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର- ବହୁଭାଷୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସେମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଏହାଫଳରେ ସେମାନେ ମାସିକ ୫୩୭୯ ଟଙ୍କା ପାଇବେ। ଆଗରୁ ବହୁଭାଷୀ ଭାଷା ଶିକ୍ଷକମାନଙ୍କୁ ମାସିକ ପାରିଶ୍ରମିକ ବାବଦରେ ୩୨୦୦ ଟଙ୍କା ମିଳୁଥିଲା। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୨୦୦୭-୦୮ ମସିହାରେ ରାଜ୍ୟ ସରକାର ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଭିମୁଖୀ କରିବା ଓ ବିଦ୍ୟାଳୟରେ ଯୋଗଦାନ କରିବାକୁ ଉତ୍ସାହିତ କରିବା ପାଇଁ ୨୨୧ ଜଣ ବହୁଭାଷୀ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଥିଲେ। ଏହି ଶିକ୍ଷକମାନେ ସୁନ୍ଦରଗଡ଼, କନ୍ଧମାଳ, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି ଓ ସମ୍ବଲପୁର ଆଦି ଜିଲ୍ଲାରେ କାମ କରୁଛନ୍ତି। ସେମାନଙ୍କୁ ୨୦୨୦ ମସିହାରୁ ମାସିକ ପାରିଶ୍ରମିକ ବାବଦରେ ୩୨୦୦ ଟଙ୍କା ପ୍ରଦାନ କରାଯାଉଥିଲା।