ନୂଆପଡ଼ା ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ, ମାଓ ନିପାତ ପାଇଁ ସୀମାନ୍ତରେ ଟାସ୍କଫୋର୍ସ ଗଠନ | News Room Odisha

ନୂଆପଡ଼ା ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ, ମାଓ ନିପାତ ପାଇଁ ସୀମାନ୍ତରେ ଟାସ୍କଫୋର୍ସ ଗଠନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଗସ୍ତରେ ଡ଼ିଜିପି ସୁନୀଲ କୁମାର ବଂଶଲ ଆସିଛନ୍ତି। ଏହି ଅବସରରେ ପୁଲିସ ମୁଖ୍ୟାଳୟ ପରିସରରେ ନିର୍ମିତ ୧.୩୬ ଲକ୍ଷରେ ନିର୍ମିତ ଜିଲ୍ଲା ଗୁଇନ୍ଦା ଏବଂ ଅପରେସନ କେନ୍ଦ୍ରର ଉଦଘାଟନ କରିଛନ୍ତି। ନୂଆପଡ଼ା ଜିଲ୍ଲା ପଡୋଶୀ ଛତିଶଗଡ଼ ସୀମାନ୍ତରେ ରହିଥିବାରୁ ଆଗକୁ ଦୁଇ ରାଜ୍ୟ ମଧ୍ୟରେ ଜଏଣ୍ଟ ଟାସ୍କ ଫୋର୍ସ ଗଠନ କରାଯିବ। ସିଆରପିଏଫ୍, ଡିଭିଏଫ ଏସଓଜି ଓ କୋବ୍ରା ଫୋର୍ସ ଛତିଶଗଡ଼ ସୀମାନ୍ତରେ ଥିବା ପୋଲିସ ଅଧିକାରୀମାନେ ଟିମରେ ରହିବେ ବୋଲି କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ ବଂଶଲ। ସେହିପରି ମାଓବାଦୀମାନେ ବର୍ତ୍ତମାନ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ଵାନ କରିଛନ୍ତି।

ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କ ସାଙ୍ଗରେ ଗୁଇନ୍ଦା ବିଭାଗ ମହନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇଜି ଅମିତାଭ ଠାକୁର , ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆଇନ ଶୃଙ୍ଖଳାର ଆର କେ ଶର୍ମା ଏବଂ ଦକ୍ଷିଣ ପଶ୍ଚିମାଞ୍ଚଳ ରାଜେଶ ପଣ୍ଡିତ ପ୍ରମୁଖ ଯୋଗ ଦେଇଥିଲେ। ପରେ ସେ ମାଓ ପ୍ରବଣ ଅଞ୍ଚଳ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି।