ବିଧାନସଭା ଉପନିର୍ବାଚନ: ହରିୟାଣାର ଆଦମପୁର ଆସନ କଂଗ୍ରେସଠୁ ଛଡ଼ାଇ ଆଣିଲା ବିଜେପି  | News Room Odisha

ବିଧାନସଭା ଉପନିର୍ବାଚନ: ହରିୟାଣାର ଆଦମପୁର ଆସନ କଂଗ୍ରେସଠୁ ଛଡ଼ାଇ ଆଣିଲା ବିଜେପି 

ନୂଆଦିଲ୍ଲୀ – ବିଭିନ୍ନ ରାଜ୍ୟରେ ଆଜି କିଛି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ହୋଇଛି । ବିହାରର ଗୋପାଲଗଞ୍ଜ ଆସନ ବିଜେପି ଓ ମୋକାମା ଆସନ ଆରଜେଡି ବଜାୟ ରଖିଛି । ଉତ୍ତର ପ୍ରଦେଶର ଗୋଲା ଗୋକ୍ରନାଥ ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ ଆସନରେ ଉଦ୍ଧବ ଥାକ୍ରେ ଶିବସେନା ପ୍ରାର୍ଥୀ ବାଜିମାତ କରିଛନ୍ତି। ହରିୟଣାର ଆଦମପୁର ଆସନ କଂଗ୍ରେସଠାରୁ ଛଡାଇ ଆଣିଛି ବିଜେପି । ତେଲେଙ୍ଗାନାର ମୁନୁଗୋଡେ ଆସନରେ ଟିଆରଏସ ପ୍ରାର୍ଥୀ, ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ଅଛନ୍ତି।