ଟି-୨୦ ବିଶ୍ୱକପ : ଇଂଲଣ୍ଡକୁ ସେମିରେ ଭେଟିବ ଭାରତ, ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ | News Room Odisha

ଟି-୨୦ ବିଶ୍ୱକପ : ଇଂଲଣ୍ଡକୁ ସେମିରେ ଭେଟିବ ଭାରତ, ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

ମେଲବୋର୍ଣ୍ଣ – ଟି-୨୦ ବିଶ୍ୱକପ କ୍ରିକେଟ ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ । ଆଜି ଭାରତ ଗ୍ରୁପ ୨ର ଶେଷ ମ୍ୟାଚରେ ଜିମ୍ବାୱେକୁ ୭୧ ରନରେ ହରାଇଛି । ଏହି ବିଜୟ ସହ ଭାରତ ୮ ପଏଣ୍ଟ ସହ ଗ୍ରୁପ ଟପ୍ପର ହୋଇଛି । ଦ୍ଵିତୀୟ ସ୍ଥାନରେ ରହି ପାକିସ୍ତାନ ମଧ୍ୟ ଏହି ଗ୍ରୁପରୁ ସେମିଫାଇନାଲରେ ପ୍ରବେଶ କରିଛି । ଆଜି ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡସଠାରୁ ହାରିବା ପରେ ପାକିସ୍ତାନ ବାଂଲାଦେଶକୁ ହରାଇଥିଲା ।

ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ଭେଟିବ । ନ୍ୟୁଜିଲାଣ୍ଡ ଗ୍ରୁପ ୧ରେ ପ୍ରଥମ ଓ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି ।

ଆଜି ଶେଷ ଗ୍ରୁପ ମ୍ୟାଚରେ ଭାରତ ଜିମ୍ବାୱେ ଆଗରେ ୧୮୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଜିମ୍ବାୱେ କିନ୍ତୁ ୧୧୫ ରନରେ ଅଲ ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଅଶ୍ଵିନ ସର୍ବାଧିକ ୩ଟି ଉଇକେଟ ନେଇଥିଲେ।