ସିରିଜ ଦୁର୍ଘଟଣା, ୩ ମୃତ, ୫ ଗୁରୁତର ଆହତ | News Room Odisha

ସିରିଜ ଦୁର୍ଘଟଣା, ୩ ମୃତ, ୫ ଗୁରୁତର ଆହତ

ସୋର – ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ିରିଣୀ ଛକ ନିକଟରେ ସିରିଜ ଦୁର୍ଘଟଣା । ଆଜି ସକାଳେ ଏକ ତେଲ ଟ୍ୟାଙ୍କର ପ୍ରଥମେ ଏକ ସ୍କର୍ପିଓକୁ ପିଟିଥିଲା । ପରେ ସ୍କର୍ପିଓଟି କାର୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସ୍କର୍ପିଓରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାର୍‌ରେ ଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଭଦ୍ରକରୁ ବାଲେଶ୍ୱର ଯାଉଥିବା ତେଲ ଟ୍ୟାଙ୍କରଟି ସାମନା ପଟୁ ପ୍ରଥମେ ଏକ ସ୍କର୍ପିଓକୁ ପିଟିଥିଲା । ଟ୍ୟାଙ୍କରର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ତାହା ସ୍କର୍ପିଓରେ ପିଟି ହୋଇଥିବା ପ୍ରତ୍ୟକ୍ଷର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଟ୍ୟାଙ୍କର ଧକ୍କାରେ ଭାଙ୍ଗି ଯାଇଥିବା ସ୍କର୍ପିଓଟି ପାଖରେ ଯାଉଥିବା ଏକ କାର୍‌ରେ ପିଟି ହୋଇ ଯାଇଥିଲା। ଉଭୟ ସ୍କର୍ପିଓ ଓ କାର୍‌ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଆସୁଥିଲେ ।