ନୌବାଣିଜ୍ୟ ପରମ୍ପରା ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଅସ୍ମିତାର ଅନନ୍ୟ ବାର୍ତ୍ତାବହ : ମୁଖ୍ୟମନ୍ତ୍ରୀ | News Room Odisha

ନୌବାଣିଜ୍ୟ ପରମ୍ପରା ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଅସ୍ମିତାର ଅନନ୍ୟ ବାର୍ତ୍ତାବହ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ । ଏହି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୌବାଣିଜ୍ୟ ପରମ୍ପରା ଓଡ଼ିଶାର ସମୃଦ୍ଧିଶାଳୀ ସାଂସ୍କୃତିକ ଅସ୍ମିତାର ଅନନ୍ୟ ବାର୍ତ୍ତାବହ। ଏହି ଗୌରବମୟ ଐତିହ୍ୟକୁ ସ୍ମରଣ କରିବା ସହ ଏକ ହୋଇ ଓଡ଼ିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବାକୁ କାମ କରିବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।